Skip to content
Monday, 16 November 2026
Breaking News
Video
Programme

ଝୁଲିଛି ଏମ୍‌ସ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ଭାଗ୍ୟ: ବଢ଼ୁନି ଶଯ୍ୟା, ରୋଗୀ କଲବଲ, ଟ୍ରମା ସେଣ୍ଟରକୁ ମାତ୍ରାଧିକ ଚାପ  

ଝୁଲିଛି ଏମ୍‌ସ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ଭାଗ୍ୟ: ବଢ଼ୁନି ଶଯ୍ୟା, ରୋଗୀ କଲବଲ, ଟ୍ରମା ସେଣ୍ଟରକୁ ମାତ୍ରାଧିକ ଚାପ  

ଝୁଲିଛି ଏମ୍‌ସ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ଭାଗ୍ୟ: ବଢ଼ୁନି ଶଯ୍ୟା, ରୋଗୀ କଲବଲ, ଟ୍ରମା ସେଣ୍ଟରକୁ ମାତ୍ରାଧିକ ଚାପ   

Key Points

  • ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସ୍‌ରେ ନିର୍ମାଣାଧୀନ ୧୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ହସ୍ପିଟାଲ୍‌ର କାମ ସରୁନି।
  • ବର୍ତ୍ତମାନ ଏହି ୭ ମହଲା ବିଶିଷ୍ଟ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଚଳିତ ବର୍ଷ ଏହା ଲୋକାର୍ପଣ ହେବାର ସମ୍ଭାବନା ନାହିଁ।
  • କଣ୍ଟ ପୂରଣ ହେବାକୁ ବସିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁ ନଥିବା ଅଭିଯୋଗ ହୋଇଛି।

ଝୁଲିଛି ଏମ୍‌ସ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ଭାଗ୍ୟ: ବଢ଼ୁନି ଶଯ୍ୟା, ରୋଗୀ କଲବଲ, ଟ୍ରମା ସେଣ୍ଟରକୁ ମାତ୍ରାଧିକ ଚାପ

 

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସ୍‌ରେ ନିର୍ମାଣାଧୀନ ୧୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ହସ୍ପିଟାଲ୍‌ର କାମ ସରୁନି। ବର୍ତ୍ତମାନ ଏହି ୭ ମହଲା ବିଶିଷ୍ଟ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଚଳିତ ବର୍ଷ ଏହା ଲୋକାର୍ପଣ ହେବାର ସମ୍ଭାବନା ନାହିଁ। କଣ୍ଟ ପୂରଣ ହେବାକୁ ବସିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ଉଦ୍‌ଘାଟନ ହେବାର ପାଖାପାଖି ୩୦ ମାସ ପରେ ବି ଅତ୍ୟାଧୁନିକ ଟ୍ରମା କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇନଥିବାରୁ ଏମ୍‌ସକୁ ଆସୁଥିବା ଗୁରୁତର ତଥା ଜଟିଳ ରୋଗୀଙ୍କ ସମସ୍ୟା ବଢ଼ୁଛି। ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବା କାରଣରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହଇରାଣ ହେଉଛନ୍ତି। ଶଯ୍ୟା ନ ମିଳିଲେ କ୍ୟାପିଟାଲ୍‌ କିମ୍ବା ଏସ୍‌ସିବି ମେଡିକାଲ ଯିବାକୁ ବାଧ୍ୟ ହେଉଛନ୍ତି।ସୂଚନା ଅନୁଯାୟୀ, ୨୦୨୧ ମସିହାରେ କୋଭିଡ୍‌ ସମୟରେ ପିଏମ୍‌-ଅଭିମ୍‌ ଯୋଜନାରେ ଜରୁରିକାଳୀନ ରୋଗୀ ସେବାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏମ୍‌ସ୍‌ରେ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ୧୯୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହାର ନିର୍ମାଣ ପାଇଁ ୨୦୨୩ ମସିହା ଜାନୁଆରି ମାସରେ ଶିଳାନ୍ୟାସ ହୋଇଥିଲା। ୨୦୨୩ ମସିହା ଶେଷ ଆଡ଼କୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୩ବର୍ଷ ପୂରିବାକୁ ବସିଛି, ମାତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏନେଇ ନିକଟ ଅତୀତରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଅତିରିକ୍ତ ସଚିବ ବିଜୟ ନେହେରା ବିରକ୍ତି ପ୍ରକାଶ କରିଛନ୍ତି। ତୁରନ୍ତ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ନୂଆ ବିଲ୍ଡିଂ ପାଇଁ ଆବଶ୍ୟକ ଶଯ୍ୟା, ମେଡିକାଲ୍‌ ଯନ୍ତ୍ରାଂଶ ଓ ଉପକରଣ କ୍ରୟ କରାଯାଇନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଫଳରେ ନୂଆ ହସ୍ପିଟାଲ୍‌ ବିଳମ୍ବରେ କାର୍ଯ୍ୟକ୍ଷମ ହେବାନେଇ ଆଭାସ ମିଳୁଛି।ଭୁବନେଶ୍ବର ଏମ୍‌ସରେ କାର୍ଯ୍ୟକ୍ଷମ ଥିବା ଟ୍ରମା କେୟାର୍‌ ସେଣ୍ଟର୍‌ରେ ମୋଟ୍‌ ୯୦ଟି ଆଇସିୟୁ ଶଯ୍ୟା ରହିଛି। ପ୍ରତିଦିନ ଏଠାକୁ ୨୦୦ରୁ ୨୨୦ ଦୁର୍ଘଟଣାଜନିତ ଆହତ କିମ୍ବା ଜଟିଳ ରୋଗରେ ପୀଡ଼ିତ ରୋଗୀ ଆସୁଛନ୍ତି। ମାତ୍ର ଏଠାରେ ୯୦ଟିରୁ ୮୪ଟି ଆଇସିୟୁ ଶଯ୍ୟା ଉପଲବ୍ଧ ରହୁଛି। ଫଳରେ ଶତାଧିକ ଗୁରୁତର ରୋଗୀଙ୍କୁ ଚିକିତ୍ସା ଅଭାବରୁ ଅନ୍ୟ ମେଡିକାଲ୍‌କୁ ଯିବାକୁ ପଡ଼ୁଛି। ୨୦୨୬ ଜୁନ୍‌ ମାସ ସୁଦ୍ଧା ନୂଆ ହସ୍ପିଟାଲ୍‌ ବିଲ୍ଡିଂ କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବରୁ ଏମ୍‌ସ କର୍ତ୍ତୃପକ୍ଷ  କହିଥିଲେ ହେଁ ଏବେ ଏନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରତି ମୁହୂର୍ତ୍ତରେ ଏମ୍‌ସ ଟ୍ରମା କେନ୍ଦ୍ରକୁ ସମଗ୍ର ରାଜ୍ୟରୁ ରୋଗୀଙ୍କ ସୁଅ ଛୁଟୁଛି। ଆମ୍ବୁଲାନ୍ସ ପରେ ଆମ୍ବୁଲାନ୍ସ ଆସୁଛି। ରୋଗୀ କିଭଳି ଉପଯୁକ୍ତ ଚିକିତ୍ସା ପାଇବେ, ସେନେଇ ରୋଗୀଙ୍କ ସମ୍ପର୍କୀୟମାନେ ଚିନ୍ତିତ ରହୁଛନ୍ତି। ଶଯ୍ୟା ଅଭାବରୁ ରୋଗୀଙ୍କୁ ପରିଚାଳନା କରିବାରେ ସିନିୟର୍‌ ରେସିଡେଣ୍ଟ ଓ ଅନ୍ୟମାନେ ନୟାନ୍ତ ହେଉଛନ୍ତି। ସବୁଦିନ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡ଼ିଛି।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments