Skip to content
Monday, 16 November 2026
Breaking News
Video
Programme

ଯାତ୍ରୀବାହୀ ବସ୍‌ରେ ନିଆଁ, ଯାତ୍ରୀ ଅକ୍ଷତ, କିନ୍ତୁ ପାଉଁଶ ହୋଇଗଲା ଜିନିଷପତ୍ର

ଯାତ୍ରୀବାହୀ ବସ୍‌ରେ ନିଆଁ, ଯାତ୍ରୀ ଅକ୍ଷତ, କିନ୍ତୁ ପାଉଁଶ ହୋଇଗଲା ଜିନିଷପତ୍ର

ଯାତ୍ରୀବାହୀ ବସ୍‌ରେ ନିଆଁ, ଯାତ୍ରୀ ଅକ୍ଷତ, କିନ୍ତୁ ପାଉଁଶ ହୋଇଗଲା ଜିନିଷପତ୍ର

Key Points

  • ରାଉରକେଲା: ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଖୁସ୍‌ବୁ’ ଓଡି ୧୪ ଏକେ -୭୩୨୯) ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ହନୁମାନବାଟିକା ଛକରେ ଜଳିଯାଇଛି।
  • ଭିତରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିବାରୁ ବର୍ତ୍ତିଯାଇଛନ୍ତି।
  • ‌‌ହେଲେ ଯାତ୍ରୀଙ୍କ ସମସ୍ତ ଜନିଷପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।

ଯାତ୍ରୀବାହୀ ବସ୍‌ରେ ନିଆଁ, ଯାତ୍ରୀ ଅକ୍ଷତ, କିନ୍ତୁ ପାଉଁଶ ହୋଇଗଲା ଜିନିଷପତ୍ର

 

ରାଉରକେଲା:  ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଖୁସ୍‌ବୁ’ ଓଡି ୧୪ ଏକେ -୭୩୨୯) ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ହନୁମାନବାଟିକା ଛକରେ ଜଳିଯାଇଛି। ଭିତରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିବାରୁ ବର୍ତ୍ତିଯାଇଛନ୍ତି।  ‌‌ହେଲେ ଯାତ୍ରୀଙ୍କ ସମସ୍ତ ଜନିଷପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ଦୁଇଟି ଦମଳଗାଡ଼ି ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ ବସ୍‌ ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଉଦିତନଗର ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ଅନୁସନ୍ଧାନରେ, ସଟ୍‌ସର୍କିଟରୁ ଇଞ୍ଜିନ୍‌ରୁ ନିଆଁ ଲାଗିଥିବା କୁହାଯାଉଛି।ମିଳିଥିବା ସୂଚନା ମୁତାବକ, ଅପରାହ୍‌ଣ ପ୍ରାୟ ସାଢ଼େ ୫ଟାରେ ଘରୋଇ ଯାତ୍ରୀବାହୀ ବସଟି ସୁନ୍ଦରଗଡ଼ରୁ ଯାତ୍ରୀଙ୍କୁ ନେଇ ରାଉରକେଲା ବାହାରିଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ହନୁମାନବାଟିକା ଛକରେ ଟ୍ରାଫିକ୍‌ ସିଗ୍‌ନାଲ୍‌ ଥିବାରୁ ବସ୍‌ଟି ଅଟକିଥିଲା। ପରେ ବସ୍‌ଟି ଗଡ଼ିବା ପରେ ହଠାତ୍‌ ବନ୍ଦ ହୋଇଯାଇଥିଲା। ଷ୍ଟାର୍ଟ ନ ହେବାରୁ କିଛି ଯାତ୍ରୀ, କଣ୍ଡକ୍ଟର, ହେଲ୍‌ପର ବସ୍‌ଟିକୁ ଠେଲୁଥିବାବେଳେ ହଠାତ୍‌ ଇଞ୍ଜିନ୍‌ରୁ ଧୂଆଁ ବାହାରିଥିଲା। ଚାହୁଁ ଚାହୁଁ ବସ୍‌ଟି ଜଳିବାକୁ ଲାଗିଥିଲା। ବସ୍‌ ଭିତରେ ବସିଥିବା ପ୍ରାୟ ୮ରୁ ୧୦ ଯାତ୍ରୀ ବାହାରକୁ ଦୌଡି ପଳାଇଆସିଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍‌ଟି ଜଳିଯାଇଥିଲା।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments