Skip to content
Monday, 16 November 2026
Breaking News
Video
Programme

 ଛଟ୍ ପୂଜା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଲୁଟିନେଲେ ଚୋର

 ଛଟ୍ ପୂଜା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଲୁଟିନେଲେ ଚୋର

 ଛଟ୍ ପୂଜା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଲୁଟିନେଲେ ଚୋର

Key Points

  • ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ବଡ଼ ଧରଣର ଚୋରି।
  • ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ।
  • ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ପ୍ରାୟ ୧୦ ଭରି ସୁନା ଅଳଙ୍କାର ଏବଂ ରୁପା ସାମଗ୍ରୀ ଲୁଟି ନେଇ ଫେରାର ହୋଇଗଲେ ଚୋର।

   ଛଟ୍ ପୂଜା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଲୁଟିନେଲେ ଚୋର

 

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ବଡ଼ ଧରଣର ଚୋରି। ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ। ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ପ୍ରାୟ ୧୦ ଭରି ସୁନା ଅଳଙ୍କାର ଏବଂ ରୁପା ସାମଗ୍ରୀ ଲୁଟି ନେଇ ଫେରାର ହୋଇଗଲେ ଚୋର। ଛଟ୍ ପୂଜା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଆଉ ଏପଟେ ଘରେ କଳାକନା ବୁଲାଇଦେଲେ ଚୋର। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଛପଟେ ଥିବା ଚିତାଭଙ୍ଗା କଲୋନୀରେ। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ସୂଚନା ଅନୁଯାୟୀ, ଚିତାଭଙ୍ଗା କଲୋନୀରେ ରହୁଥିବା ରଞ୍ଜନ କୁମାର ପାତ୍ର ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବେହେରା ସଦର ରେଞ୍ଜର ସାଲେପାଲି ବିଟ୍‌ରେ ଫୋରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଗତକାଲି ରାତିରେ ପରିବାର ଲୋକେ ଛଟ୍ ପୂଜା ଦେଖିବା ପାଇଁ ଘରୁ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଘର ଭିତରେ ଥିବା ଆଲମାରି ଓ ବିଭିନ୍ନ ସାମଗ୍ରୀ ଖୋଜାଖୋଜି କରି ନଗଦ ଅଢ଼େଇ ଲକ୍ଷ ଟଙ୍କା, ପ୍ରାୟ ୧୦ ଭରି ସୁନା ଅଳଙ୍କାର ଏବଂ ରୁପା ସାମଗ୍ରୀ ଚୋରି କରି ନେଇଥିଲେ। ପୂଜା ଦେଖି ଘରକୁ ଫେରିବା ପରେ ଘରର ତାଲା ଭଙ୍ଗା ଯାଇଥିବା ଏବଂ ଘର ଭିତରେ ସାମଗ୍ରୀ ଏଣେତେଣେ ପଡ଼ିଥିବା ଦେଖି ପରିବାର ଲୋକେ ହତବାକ୍ ହୋଇଯାଇଥିଲେ। ଯାଞ୍ଚ କରିବା ପରେ ଘରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ତୁରନ୍ତ ଟାଉନ ଥାନା ପୁଲିସକୁ ଖବର ଦିଆଯାଇଥିଲା।ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି। ଚୋରି ଘଟଣାରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଚୋରି ସାମଗ୍ରୀ କେଉଁଠି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ତେବେ ସୁନ୍ଦରଗଡ଼ ସହରର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଏଭଳି ବଡ଼ ଧରଣର ଚୋରି ଘଟଣା ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ଚୋରଙ୍କୁ ଧରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର କରିବା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି।

 

 

 

 

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments