Skip to content
Wednesday, 18 November 2026
Breaking News
Video
Crime

ବେଙ୍ଗାଲୁରୁରେ ବଡ଼ଚଣାର ଶ୍ରମିକଙ୍କ ମୃତ୍ୟୁ  

ବେଙ୍ଗାଲୁରୁରେ ବଡ଼ଚଣାର ଶ୍ରମିକଙ୍କ ମୃତ୍ୟୁ  

ବେଙ୍ଗାଲୁରୁରେ ବଡ଼ଚଣାର ଶ୍ରମିକଙ୍କ ମୃତ୍ୟୁ  

Key Points

  • ଚଣ୍ଡିଖୋଲ: ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିବା ବଡ଼ଚଣା ବ୍ଲକ ତଥା କୁନ୍ଦଳ ପଞ୍ଚାୟତ ଅନ୍ତର୍ଗତ କୂଳହରିପୁର ଗ୍ରାମର ବିକ୍ରମାଦିତ୍ୟ ସାମଲଙ୍କ ପୁତ୍ର ମାନସ କୁମାର ସାମଲ (୩୮)ଙ୍କର ବିୟୋଗ ଘଟିଛି।
  • ପରିବାର ଠାରୁ ମିଳିଥିବା ସୂଚନା ମୁତାବକ, ମାନସ କୁମାର ସେଠାରେ ଆଜି (ସୋମବାର) ମଧ୍ୟାହ୍‌ଣରେ ଏକ ଉଚ୍ଚ ପ୍ରାସାଦରେ ରଙ୍ଗ ମାରୁଥିବା ବେଳେ ସୁରକ୍ଷା ଦଉଡ଼ିଟି ହଠାତ୍‌ ଛିଣ୍ଡିପଡିବାରୁ ସେ ତଳକୁ ଖସିପଡ଼ିଥିଲେ।
  • ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ବେଙ୍ଗାଲୁରୁରେ ବଡ଼ଚଣାର ଶ୍ରମିକଙ୍କ ମୃତ୍ୟୁ

 

ଚଣ୍ଡିଖୋଲ: ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିବା ବଡ଼ଚଣା ବ୍ଲକ ତଥା କୁନ୍ଦଳ ପଞ୍ଚାୟତ ଅନ୍ତର୍ଗତ କୂଳହରିପୁର ଗ୍ରାମର ବିକ୍ରମାଦିତ୍ୟ ସାମଲଙ୍କ ପୁତ୍ର ମାନସ କୁମାର ସାମଲ (୩୮)ଙ୍କର ବିୟୋଗ ଘଟିଛି। ପରିବାର ଠାରୁ ମିଳିଥିବା ସୂଚନା ମୁତାବକ, ମାନସ କୁମାର ସେଠାରେ ଆଜି (ସୋମବାର) ମଧ୍ୟାହ୍‌ଣରେ ଏକ ଉଚ୍ଚ ପ୍ରାସାଦରେ ରଙ୍ଗ ମାରୁଥିବା ବେଳେ ସୁରକ୍ଷା ଦଉଡ଼ିଟି ହଠାତ୍‌ ଛିଣ୍ଡିପଡିବାରୁ ସେ ତଳକୁ ଖସିପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ ଆସନ୍ତା କାଲି ମରଶରୀରକୁ ତାଙ୍କ ଗ୍ରାମକୁ ଅଣାଯିବ। ମାନସ କୁମାରଙ୍କ ଘରେ ବୃଦ୍ଧ ବାପା ମାଆ, ପତ୍ନୀ ଓ ଛୋଟ ଛୋଟ ଦୁଇ ପୁଅଝିଅ ଅଛନ୍ତି। ପରିବାର ଗରିବ ହୋଇଥିବା ଓ ସେ ଏକମାତ୍ର ରୋଜଗାରୀ ସଦସ୍ୟ ଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅର୍ଜୁନି ଚରଣ ସାମଲ, ପୂର୍ବତନ ସମିତି ସଭ୍ୟ ଅନନ୍ତ କିଶୋର ଜେନା, ଅରବିନ୍ଦ ପରିଡା ଓ ଭୋଳିନାଥ ସାମଲ ପ୍ରମୁଖ ଦାବି କରିଛନ୍ତି ।ଅପରପକ୍ଷରେ, ଖବର ପାଇ ବିଧାୟକ ଅମର କୁମାର ନାୟକ ଓ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଓ ସରପଞ୍ଚ ପ୍ରମିତା ରାଉତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments