Skip to content
Wednesday, 18 November 2026
Breaking News
Video
Programme

ଖଣି କାର୍ଯ୍ୟକୁ ହାତୀହୁଡ଼ି ଗ୍ରାମବାସୀଙ୍କ ବିରୋଧ

ଖଣି କାର୍ଯ୍ୟକୁ ହାତୀହୁଡ଼ି ଗ୍ରାମବାସୀଙ୍କ ବିରୋଧ

ଖଣି କାର୍ଯ୍ୟକୁ ହାତୀହୁଡ଼ି ଗ୍ରାମବାସୀଙ୍କ ବିରୋଧ

Key Points

  • କାଳିଆପାଣି : ସୁକିନ୍ଦା ତହସିଲ କଅଁସ ପଞ୍ଚାୟତ ସାରୁଆବିଲ ରାଜସ୍ବ ମୌଜାରେ ଥିବା ଟାଟାଷ୍ଟିଲ ସାରୁଆବିଲ କ୍ରୋମାଇଟ୍‌ ଖଣିର ପ୍ରସ୍ତାବିତ ଡି’କ୍ବାରି ଖଣିକାର୍ଯ୍ୟକୁ ବିରୋଧ କରିଛନ୍ତି ପାର୍ଶ୍ବସ୍ଥ ହାତୀହୁଡ଼ି ଗ୍ରାମବାସୀ।
  • କମର୍ଦ୍ଦା ରାଜସ୍ବ ମୌଜାର ସାରୁଆବିଲ କ୍ରୋମାଇଟ୍‌ ଖଣିର ପୂର୍ବ ଦିଗରେ ଅବସ୍ଥିତ ଏହି ପଡ଼ା ଗାଁରେ ଆଜି ସକାଳୁ ଗ୍ରାମବାସୀ ଗାଁରୁ ଦକ୍ଷିଣ ଦିଗରେ ଥିବା ସଡ଼କ ସାରା ଢେଲା ପଥର ପକାଇ ରାସ୍ତା ଅବରୋଧ କରି ଟାଟାଷ୍ଟିଲ ଖଣି…
  • ଏହାଦ୍ବାରା କମ୍ପାନିର ଖଣି ସମ୍ପ୍ରସାରଣ ଓ ପ୍ରସ୍ତାବିତ ପରିମାଣର ଖଣିଜ ଉତ୍ତୋଳନ କାର୍ଯ୍ୟ ବ୍ୟାହତ ହେବା ଆଶଂକା ପ୍ରକାଶ ପାଇଛି।

ଖଣି କାର୍ଯ୍ୟକୁ ହାତୀହୁଡ଼ି ଗ୍ରାମବାସୀଙ୍କ ବିରୋଧ

 

କାଳିଆପାଣି : ସୁକିନ୍ଦା ତହସିଲ କଅଁସ ପଞ୍ଚାୟତ ସାରୁଆବିଲ ରାଜସ୍ବ ମୌଜାରେ ଥିବା ଟାଟାଷ୍ଟିଲ ସାରୁଆବିଲ କ୍ରୋମାଇଟ୍‌ ଖଣିର ପ୍ରସ୍ତାବିତ ଡି’କ୍ବାରି ଖଣିକାର୍ଯ୍ୟକୁ ବିରୋଧ କରିଛନ୍ତି ପାର୍ଶ୍ବସ୍ଥ ହାତୀହୁଡ଼ି ଗ୍ରାମବାସୀ। କମର୍ଦ୍ଦା ରାଜସ୍ବ ମୌଜାର ସାରୁଆବିଲ କ୍ରୋମାଇଟ୍‌ ଖଣିର ପୂର୍ବ ଦିଗରେ ଅବସ୍ଥିତ ଏହି ପଡ଼ା ଗାଁରେ ଆଜି ସକାଳୁ ଗ୍ରାମବାସୀ ଗାଁରୁ ଦକ୍ଷିଣ ଦିଗରେ ଥିବା ସଡ଼କ ସାରା ଢେଲା ପଥର ପକାଇ ରାସ୍ତା ଅବରୋଧ କରି ଟାଟାଷ୍ଟିଲ ଖଣି କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ତୀବ୍ର ବିରୋଧ କରିଛନ୍ତି। ଏହାଦ୍ବାରା କମ୍ପାନିର ଖଣି ସମ୍ପ୍ରସାରଣ ଓ ପ୍ରସ୍ତାବିତ ପରିମାଣର ଖଣିଜ ଉତ୍ତୋଳନ କାର୍ଯ୍ୟ ବ୍ୟାହତ ହେବା ଆଶଂକା ପ୍ରକାଶ ପାଇଛି।୧୯୪୯ ମସିହାରୁ ୨୦୨୦ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି କ୍ରୋମାଇଟ୍‌ ଖଣି ମିଶ୍ରିଲାଲ୍‌ କମ୍ପାନି ମାଲିକାନାରେ ଥିଲା। ସେତେବେଳେ କମ୍ପାନି ଖଣି ଲିଜ୍ ଏରିଆରେ ଡି’କ୍ବାରି କ୍ରୋମାଇଟ୍‌ ଖଣି ଖୋଲିଥିଲା। ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଖଣି ପାଇଁ ଆହ୍ବାନ କରାଯାଇଥିବା ନିଲାମ ପ୍ରକ୍ରିୟାରେ ଟାଟାଷ୍ଟିଲ ଯୋଗ୍ୟ ବିବେଚିତ ହୋଇ ଏହି ଖଣି ହାତେଇଛି। ୨୦୨୦ ମସିହା ଏପ୍ରିଲ ପହିଲାରୁ ଏହି ଖଣିର ଲିଜ୍ ଟାଟାଷ୍ଟିଲକୁ ହସ୍ତାନ୍ତର କରାଯାଇଛି। ୨୦୨୨ ମସିହାରେ ଉକ୍ତ ଖଣିର ସମ୍ପ୍ରସାରଣ ଓ ଖଣିଜ ଉତ୍ତୋଳନ ପରିମାଣ ବୃଦ୍ଧି ସଂକ୍ରାନ୍ତୀୟ ଜନଶୁଣାଣିରେ ଅଞ୍ଚଳବାସୀ ଟାଟାଷ୍ଟିଲକୁ ସମର୍ଥନ କରିଥିଲେ। ସେହି ଆଧାରରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ସବୁଜ ସଂକେତ ପରେ ଟାଟାଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ଡି’କ୍ବାରି ଖଣିକୁ କାର୍ଯ୍ୟକ୍ଷମ ନିଷ୍ପତ୍ତି ନିଆଯାଇଛି। କମ୍ପାନି ପକ୍ଷରୁ ଏହି ଖଣି ଖୋଲା ଯାଉଥିବା ଜାଣି ଗ୍ରାମବାସୀ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବିସ୍ଥାପନ ଓ ଥଇଥାନ ଯୋଜନାରେ ପୂର୍ବରୁ ଏକାଧିକ ବାର ଗ୍ରାମବାସୀ ଓ ଟାଟାଷ୍ଟିଲ ମଧ୍ୟରେ ଅନୁଷ୍ଠିତ ଦ୍ବିପାକ୍ଷିକ ସମାଧାନ ବୈଠକରେ ଗୃହୀତ ନିଷ୍ପତ୍ତି ଏଯାବତ୍ ସଂପୂର୍ଣ୍ଣ ଭାବେ ପୂରଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ଖଣିର ନିକଟତମ ପଡ଼ୋଶୀ ଗ୍ରାମବାସୀଙ୍କ ଏତାଦୃଶ ଅପ୍ରତ୍ୟାଶିତ ପ୍ରତିବାଦ ଓ ଆନ୍ଦୋଳନ ପଛରେ ଏକ ରାଜନୈତିକ ଦଳର ପ୍ରଚ୍ଛନ୍ନ ହାତ ଥିବା କୁହାଯାଇଛି। ଏ ସଂପର୍କରେ ଟାଟାଷ୍ଟିଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଉତ୍ତର ମିଳିନଥିଲା। 

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments