ପୂର୍ବ ଜୋନ୍ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି: ଆରମ୍ଭରୁ ଝୁଣ୍ଟିଲା କିସ୍ ଓ ଉତ୍କଳ ବିଶ୍ବବିଦ୍ୟାଳୟ
ପୂର୍ବ ଜୋନ୍ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି: ଆରମ୍ଭରୁ ଝୁଣ୍ଟିଲା କିସ୍ ଓ ଉତ୍କଳ ବିଶ୍ବବିଦ୍ୟାଳୟ
ପୂର୍ବ ଜୋନ୍ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି: ଆରମ୍ଭରୁ ଝୁଣ୍ଟିଲା କିସ୍ ଓ ଉତ୍କଳ ବିଶ୍ବବିଦ୍ୟାଳୟ
ରାଉରକେଲା : ମଙ୍ଗଳବାରଠାରୁ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ପୂର୍ବ ଜୋନ୍ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ ମଣିପୁର ବିଶ୍ବବିଦ୍ୟାଳୟ ୫-୦ ଗୋଲ୍ରେ ଉତ୍କଳ ୟୁନିଭର୍ସିଟିକୁ ପରାସ୍ତ କରିଥିବା ବେଳେ ବିନୋବା ଭାବେ ବିଶ୍ବବିଦ୍ୟାଳୟ (ହଜାରିବାଗ) ୧-୦ ଗୋଲ୍ରେ ଗୁରୁ ଘାସୀଦାସ ବିଶ୍ବବିଦ୍ୟାଳୟ (ବିଳାଶପୁର), ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟ ୭-୦ ଗୋଲ୍ରେ ସହିଦ ନନ୍ଦକୁମାର ପଟେଲ ବିଶ୍ବବିଦ୍ୟାଳୟ (ରାୟଗଡ଼) ଏବଂ ସନ୍ଥ ଗହୀର ଗୁରୁ ବିଶ୍ବବିଦ୍ୟାଳୟ ୭-୦ ଗୋଲ୍ରେ କିସ୍ ଭୁବନେଶ୍ବରକୁ ପରାସ୍ତ କରିଛି। ତେବେ କଲିକତା ବିଶ୍ବବିଦ୍ୟାଳୟ ଅନୁପସ୍ଥିତ ରହିବାରୁ ଦୀନ ଦୟାଲ ଉପାଧ୍ୟାୟ ବିଶ୍ବବିଦ୍ୟାଳୟ (ଗୋରଖପୁର) ଏବଂ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅନୁପସ୍ଥିତ ରହିବାରୁ ପଣ୍ଡିତ ରବି ଶଙ୍କର ଶୁକ୍ଲା ବିଶ୍ବବିଦ୍ୟାଳୟ (ରାୟପୁର)କୁ ବିଜେତା ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ ୧୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ଉତ୍ସବରେ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ପ୍ରଫେସର ହରିହର ଦାସ, ପୁରାତନ ଛାତ୍ର ସଂଘ ସଭାପତି ସୁନିଲ କାୟଲ, ଆୟୋଜନ କମିଟି ସମ୍ପାଦକ କ୍ୟାପଟେନ ସତ୍ୟ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

