ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

 

ରାଇରଙ୍ଗପୁର/ବାଦାମପାହାଡ: ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକକୁ ଅପହରଣ କରି ହତ୍ୟା କରିବା ଘଟଣାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବାଦାମପାହାଡ଼ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ନିକଟରେ ଯାଇଥିବା ଦଶମୀ (ଦୁର୍ଗାପୂଜା) ରାତିରେ ଦୁଧିଝରଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୋବାଇଲଟି ମେଳାରେ ହଜିଯାଇଥିଲା । ସେହି ରାତିରେ କଣ୍ଟାଶୋଲା ଗ୍ରାମର ବର୍ଜୁ ଦେହୁରୀ(୩୦)ଙ୍କ ପୁଅ ରାମ ଦେହୁରୀ ମେଳାରୁ ଏକ ମୋବାଇଲ ପାଇଥିଲେ । ତେବେ ଉକ୍ତ ମୋବାଇଲଟି ଦୁଧିଝରଣ ଗ୍ରାମର ବ୍ୟକ୍ତିଙ୍କ ହଜିଥିବା ମୋବାଇଲ ନଥିଲା । ତେବେ ମୋବାଇଲ୍‌ ମିଳିଥିବା ଘଟଣା ପ୍ରସାରିତ ହେବା ପରେ ଗତ ରବିବାର ସନ୍ଧ୍ୟାରେ ଦୁଧିଝରଣ ଗ୍ରାମର ଚାରି ଜଣ ଯୁବକ କଣ୍ଟାଶୋଲା ଗ୍ରାମକୁ ଆସି ବର୍ଜୁ ଦେହୁରୀ ଓ ତାଙ୍କ ପୁଅ ରାମଙ୍କୁ ଦୁଧିଝରଣ ଗ୍ରାମକୁ ନେଇଯାଇଥିଲେ। ସେଠାରୁ ରାମକୁ ଫେରାଇ ଦେଇଥିବା ବେଳେ ବର୍ଜୁଙ୍କୁ ଅଟକ ରଖିଥିଲେ। ଗତକାଲି (ସୋମବାର) ପୂର୍ବାହ୍‌ଣରେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡ଼ିହି ଛକ ନିକଟରେ ବର୍ଜୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବାଦାମପାହାଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏସଡିପିଓ ବୀରେନ୍ଦ୍ର ସେନାପତି କହିଛନ୍ତି, ଏନେଇ ନଂ ୧୫୧/୨୬ ରେ ଏକ ମାମଲା ରୁଜୁ କରିଛି । ସମସ୍ତ ଦିଗକୁ ନେଇ ଥାନା ଅଧିକାରୀ କେ.କେ ହେମ୍ବ୍ରମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।  ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।