Skip to content
Monday, 16 November 2026
Breaking News
Video
Programme

 ବଢ଼ୁଛି ବାଳ ଅପରାଧୀଙ୍କ ଆତଙ୍କ: ହତ୍ୟାରେ ୨, ହତ୍ୟା ଉଦ୍ୟମରେ ୩୭

 ବଢ଼ୁଛି ବାଳ ଅପରାଧୀଙ୍କ ଆତଙ୍କ: ହତ୍ୟାରେ ୨, ହତ୍ୟା ଉଦ୍ୟମରେ ୩୭

 ବଢ଼ୁଛି ବାଳ ଅପରାଧୀଙ୍କ ଆତଙ୍କ: ହତ୍ୟାରେ ୨, ହତ୍ୟା ଉଦ୍ୟମରେ ୩୭

Key Points

  • ଭୁବନେଶ୍ୱର: ଯେଉଁ ବୟସରେ ହାତରେ ବହି ଓ କଲମ ରହିବା କଥା, ସେହି ବୟସରେ ଧରୁଛନ୍ତି ବନ୍ଧୁକ ଓ ମାରଣାସ୍ତ୍ର।
  • ପାଠପଢ଼ା ଓ ଖେଳକୁଦରେ ମନ ଦେବା ପରିବର୍ତ୍ତେ ଅପରାଧ ଜଗତରେ ପାଦ ଥାପୁଛନ୍ତି କିଶୋର।
  • ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଲୁଟ୍‌ପାଟଠାରୁ ଆରମ୍ଭ କରି ବନ୍ଧୁକ କାରବାର, ନିଶା ବେପାର, ଗ୍ୟାଙ୍ଗ୍‌ଵାର୍, ଦୁଷ୍କର୍ମ ଭଳି ସଙ୍ଗିନ ଅପରାଧରେ ନାବାଳକଙ୍କ ସମ୍ପୃକ୍ତି ରାଜଧାନୀରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

 ବଢ଼ୁଛି ବାଳ ଅପରାଧୀଙ୍କ ଆତଙ୍କ: ହତ୍ୟାରେ ୨, ହତ୍ୟା ଉଦ୍ୟମରେ ୩୭

 ଭୁବନେଶ୍ୱର: ଯେଉଁ ବୟସରେ ହାତରେ ବହି ଓ କଲମ ରହିବା କଥା, ସେହି ବୟସରେ ଧରୁଛନ୍ତି ବନ୍ଧୁକ ଓ ମାରଣାସ୍ତ୍ର। ପାଠପଢ଼ା ଓ ଖେଳକୁଦରେ ମନ ଦେବା ପରିବର୍ତ୍ତେ ଅପରାଧ ଜଗତରେ ପାଦ ଥାପୁଛନ୍ତି କିଶୋର। ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଲୁଟ୍‌ପାଟଠାରୁ ଆରମ୍ଭ କରି ବନ୍ଧୁକ କାରବାର, ନିଶା ବେପାର, ଗ୍ୟାଙ୍ଗ୍‌ଵାର୍, ଦୁଷ୍କର୍ମ ଭଳି ସଙ୍ଗିନ ଅପରାଧରେ ନାବାଳକଙ୍କ ସମ୍ପୃକ୍ତି ରାଜଧାନୀରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଅପରପଟେ ଅପରାଧ ଜଗତରେ କିଶୋରଙ୍କ ଉପସ୍ଥିତି ମଧ୍ୟ ପୁଲିସ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି।ନିକଟରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଗ୍ୟାଙ୍ଗଵାର୍ ଘଟଣାରେ ଜଣେ ନାବାଳକଙ୍କୁ ଗୁଳି କରି ଅନ୍ୟ ଏକ ଗୋଷ୍ଠୀ ହତ୍ୟା କରିଥିଲା। ଏହି ଗୋଷ୍ଠୀରେ ମଧ୍ୟ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିଲା। ସେହିଭଳି ଗତ ମେ ମାସରେ ଚନ୍ଦ୍ରଶେଖରପୁରରେ ପ୍ରେମ କାରବାରକୁ କେନ୍ଦ୍ର କରି ଏକ ଗୋଷ୍ଠୀ ଥାର୍ ଚଢ଼ାଇ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ଏଥିରେ ବି ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ବାଳ ସୁଧାର ଗୃହ ପଠାଯାଇଥିଲା। କମିସନରେଟ୍‌ ପୁଲିସର ଭୁବନେଶ୍ୱର ୟୁପିଡିରେ ଏହିଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଛି। ମିଳିଥିବା ତଥ୍ୟ ଅନୁସାରେଚଳିତ ବର୍ଷ ଅର୍ଥା ୨୦୨୬ ମସିହା ଜାନୁଆରିରୁ ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭିନ୍ନ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୧୧୨ ଜଣ ନାବାଳକଙ୍କୁ ସୁଧାର ଗୃହକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ହତ୍ୟାକାଣ୍ଡରେ ୨ ଜଣ, ହତ୍ୟା ଉଦ୍ୟମରେ ୩୭ ଜଣ, ଆର୍ମସ୍‌ ଆକ୍ଟରେ ୨୪ ଜଣ, ଚୋରି ମାମଲାରେ ୩୬ ଜଣ, ପୋକ୍‌ସୋ ମାମଲାରେ ୪ ଜଣ ଏବଂ ଏନ୍‌ଡିପିଏସ୍‌ ମାମଲାରେ ଜଣେ ନାବାଳକ ଓ ଅନ୍ୟ ଆପରାଧିକ ମାମଲାରେ ୮ଜଣଙ୍କ ସମ୍ପୃକ୍ତି ରହିଛି।ସଂଖ୍ୟାକୁ ଦେଖିଲେ ହତ୍ୟା ଉଦ୍ୟମ ଓ ଆର୍ମସ୍‌ ଆକ୍ଟ ଭଳି ଗୁରୁତର ଅପରାଧରେ ନାବାଳକଙ୍କ ସମ୍ପୃକ୍ତି ବିଶେଷ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ ଚୋରି ଭଳି ଅପରାଧରେ ୩୬ ଜଣଙ୍କ ସମ୍ପୃକ୍ତି କିଶୋରଙ୍କ ଅପରାଧ ପ୍ରବଣତାର ଅନ୍ୟ ଏକ ଦିଗକୁ ସୂଚାଉଛି। ବିଶେଷକରି ନାବାଳକମାନେ ସଙ୍ଗଠିତ ଅପରାଧରେ ସାମିଲ ହେବା ଏକ ଗମ୍ଭୀର ପ୍ରସଙ୍ଗ ପାଲଟିଛି। କିଛି ପେସାଦାର ଅପରାଧୀମାନେ ନିଜ ଆପରାଧିକ ନେଟ୍‌ୱର୍କକୁ ସୁଦୃଢ଼ କରିବା ପାଇଁ ନାବାଳକଙ୍କୁ ବ୍ୟବହାର କରୁଥିବା ସାମ୍ନାକୁ ଆସିଛି। ନିକଟରେ ଘଟିଥିବା ଲକ୍ଷ୍ମୀସାଗରର ଗ୍ୟାଙ୍ଗ୍‌ଵାର୍ ଘଟଣା ଏହାର ଏକ ବଳିଷ୍ଠ ଉଦାହରଣ। ସେହିଭଳି କୁଖ୍ୟାତ ଚେନ୍ ଲୁଟେରା ରସୁଲଗଡ଼ ପାଲାମଣ୍ଡପସାହିର ଅରୁଣ ସାହୁ କିଛି ସହଯୋଗୀ ଓ ନାବାଳକଙ୍କୁ ନେଇ ଏକ ଗ୍ୟାଙ୍ଗ୍ ତିଆରି କରିଥିଲା। ବୋମା ଭିଡ଼ିବା ବେଳେ ତା’ର ଡାହାଣ ହାତ ଛିଣ୍ଡିଯିବାରୁ ସେ ନାବାଳକଙ୍କୁ ଛିନ୍‌ତାଇ କାମରେ ଲଗାଇଥିଲା। ଗତ ସେପ୍ଟେମ୍ବର ପୁଲିସ ଅରୁଣ ସମେତ ୫ଜଣଙ୍କୁ ଗିରଫ କରି ୧୨ଲକ୍ଷ ଟଙ୍କାର ସୁନାଚେନ୍ ଜବତ କରିଥିଲା।ତେବେ ଏନେଇ ଶିଶୁ ସୁରକ୍ଷା କର୍ମୀ ଡା. ବେଣଧର ସେନାପତି କହିଛନ୍ତି, କେବଳ ନାବାଳକଙ୍କୁ ଧରି ସୁଧାର ଗୃହକୁ ପଠାଇ ଦେବା ଏହି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ସେମାନଙ୍କୁ ଅପରାଧ ଜଗତକୁ ଠେଲି ଦେଉଥିବା ବ୍ୟକ୍ତି, ଗୋଷ୍ଠୀ ଓ ନେଟ୍‌ୱର୍କର ମୂଳୋତ୍ପାଟନ ଆବଶ୍ୟକ। ଏଥିସହ ପରିବାର, ଶିକ୍ଷାନୁଷ୍ଠାନ ଓ ପୁଲିସ ମଧ୍ୟରେ ସମନ୍ୱୟ ବଢ଼ାଇବାକୁ ପଡ଼ିବ। ନଚେତ୍‌ ଆଜିର ବିପଥଗାମୀ କିଶୋର ଆସନ୍ତାକାଲି ଅପରାଧ ଜଗତର ଏକ ଭୟଙ୍କର ଚେହେରା ହୋଇ ଉଭା ହେବାର ଆଶଙ୍କା ରହିଛି।ରାଜ୍ୟ ସରକାର କିଶୋରଙ୍କୁ ଅପରାଧରୁ ନିବୃତ୍ତ ରଖିବା ପାଇଁ ଏକ ଚର୍ଚ୍ଚିତ ଯୋଜନା କରିଥିଲେ। ଯାହାର ନାଁ ହେଉଛି ‘ଷ୍ଟୁଡେଣ୍ଟ୍ ପୁଲିସ କ୍ୟାଡେଟ୍ ବା ଏସ୍‌ପିସି’ ଯୋଜନା। ୨୦୧୭ରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟସ୍ତରରୁ ହିଁ ଅପରାଧ ଓ ଆଇନକାନୁନର ପାଠ ପଢ଼ାଇ ସେମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଏହା ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାୟ କୋଟିଏ ୪୦ଲକ୍ଷ ଟଙ୍କାର ଅଟକଳ ମଧ୍ୟ ହୋଇଥିଲା। ତେବେ ଗତବର୍ଷ ସେପ୍ଟେମ୍ବର ମାସରେ ବଡ଼ଗଡ଼ ହାଇସ୍କୁଲ୍‌ରେ ୫ଦିନ ଧରି ଏହି ଯୋଜନାରେ ପିଲାଙ୍କୁ ସଚେତନ କରାଯାଇଥିଲା। ଏବେ ଇତିମଧ୍ୟରେ ପ୍ରାୟ ବର୍ଷେରୁ ଅଧିକ ଦିନ ବିତିଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ସ୍କୁଲ୍‌ରେ ଏହି ଯୋଜନାକୁ ନେଇ ପିଲାଙ୍କୁ ନେଇ ସଚେତନତା କରାଯାଉନାହିଁ। ଏନେଇ ଭୁବନେଶ୍ବର ଡିସିପି ଡା. ସରବଣା ବିବେକ୍ ଏମ୍ କହିଛନ୍ତି, ଭୁବନେଶ୍ବରରେ ଏସ୍‌ପିସି ଯୋଜନାର ସ୍ଥିତି ବାବଦରେ ଅବଗତ ନାହିଁ। ଖୁବ୍‌ଶୀଘ୍ର ପୁଲିସ କମିସନରଙ୍କ ସହ ଆଲୋଚନା କରି ପୁଣି ବିଭିନ୍ନ ସ୍କୁଲ୍‌ରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବୁ। ତେବେ ରାଜଧାନୀରେ ବଢ଼ୁଥିବା କିଶୋର ଅପରାଧକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବୁ ବୋଲି ସେ କହିଛନ୍ତି।

 

 

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments