ସରକାରୀ ନିର୍ଦ୍ଦେଶକୁ ବେଖାତିର: ଭାଙ୍ଗିଲା ତୋରଣ, ବାଉଁଶ ଗେଟ୍‌

ସରକାରୀ ନିର୍ଦ୍ଦେଶକୁ ବେଖାତିର: ଭାଙ୍ଗିଲା ତୋରଣ, ବାଉଁଶ ଗେଟ୍‌

ସରକାରୀ ନିର୍ଦ୍ଦେଶକୁ ବେଖାତିର: ଭାଙ୍ଗିଲା ତୋରଣ, ବାଉଁଶ ଗେଟ୍‌

ସରକାରୀ ନିର୍ଦ୍ଦେଶକୁ ବେଖାତିର: ଭାଙ୍ଗିଲା ତୋରଣ, ବାଉଁଶ ଗେଟ୍‌

 

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ଅଘଟଣ ଏଡ଼ାଇବାକୁ ରାଜ୍ୟ ସରକାର ତୁରନ୍ତ ସବୁ ପୂଜାମଣ୍ଡପକୁ ସେମାନଙ୍କ ତୋରଣ, ବାଉଁଶ ଗେଟ୍‌ ସହ ଅନ୍ୟାନ୍ୟ ସାଜସଜା ଖୋଲିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବି ସବୁ ସହରାଞ୍ଚଳକୁ ଏହି ନିର୍ଦ୍ଦେଶର କଡ଼ା ଅନୁପାଳନ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ବିଏମ୍‌ସିରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବିଏମ୍‌ସିର ନୋଟିସ୍‌ ପରେ ବି କାଁ ଭାଁ ପୂଜାମଣ୍ଡପକୁ ଛାଡ଼ିଦେଲେ, ଅଧିକଂଶ ପୂଜାମଣ୍ଡପ ଏହି ନିର୍ଦ୍ଦେଶକୁ ମାନିନାହାନ୍ତି। ନିର୍ଦ୍ଦେଶକୁ ବେଖାତିର କରିବା ସହ ପୂର୍ବବତ୍‌ ତୋରଣ, ବାଉଁଶ ଗେଟ୍‌ ଓ ଅନ୍ୟାନ୍ୟ ସାଜସଜା ସେହିଭଳି ଠିଆ କରି ରଖଥିଲେ। ଯାହାର କୁପରିଣାମ ଆଜି ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସୌଭାଗ୍ୟକୁ କୌଣସି ଅଘଟଣ ଘଟି ନଥିଲେ ବି ବଡ଼ ବଡ଼ ତୋରଣ, ବାଉଁଶ ଗେଟ୍‌ ସବୁ ଭାଙ୍ଗି ଯା’ଆସ ରାସ୍ତାକୁ ଅବରୋଧ କରିଛି। ବିଜୁଳି ତାର ଛିଣ୍ଡାଇଛି ଓ ବିଜୁଳି ଖୁଣ୍ଟ ସବୁ ଉପାଡ଼ିଛି। ଯେଉଁଥିପାଇଁ ଗମନାଗମନ ଓ ବିଜୁଳି ସେବା ଗୁରୁତର ପ୍ରବାବିତ ହୋଇଛି। ଲୋକେ ବିନା ବିଜୁଳି ସେବାରେ ଦିନ ଓ ରାତି କାଟିଛନ୍ତି।ଲକ୍ଷ୍ମୀସାଗର ଛକରେ ଆଜି ଦୁର୍ଗାପୂଜା ପାଇଁ ପୋତା ଯାଇଥିବା ବିରାଟ ବାଉଁଶ ଗେଟ୍‌ ଭାଙ୍ଗିପଡ଼ି ସଂଲଗ୍ନ ଗଳିକନ୍ଦି ରାସ୍ତାକୁ ଅବରୋଧ କରି ରଖିଥିଲା। ଏହି ଅଞ୍ଚଳକୁ ଯାଇଥିବା ଏଲ୍‌ଟି ଲାଇନ୍‌ ଉପରେ ପଡ଼ିଯିବାରୁ ବିଜୁଳି ତାର ସବୁ ଛିଣ୍ଡି ଯାଇଥିଲା ଓ ବିଜୁଳି ଖୁଣ୍ଟି ଶୋଇ ପଡ଼ିଥିଲା। ଫଳରେ ସଂପୃ୍କ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଭାବିତ ‌ହୋଇଥିଲା। ଉତ୍ତର ଭୁବନେଶ୍ବର ଯୁବ ସଂଘ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଡମଣାରେ ଆୟୋଜିତ ଗଜଲକ୍ଷ୍ମୀ ତୋରଣ ବ୍ୟାପକ କ୍ଷୟକ୍ଷତି ହୋଇଛି। ତୋରଣ ‌ଉପୁଡ଼ି ପଡ଼ିବାରୁ ମା’ଙ୍କ ମୂର୍ତ୍ତି ଭାଙ୍ଗିଯାଇଛି। ଜାଗମରା ନୂଆ ରାସ୍ତାରେ ପବନ ମାଡ଼ରେ ଗଜଲକ୍ଷ୍ମୀଙ୍କ ତୋରଣ ନଇଁଯିବା ସହବିପଦପୂର୍ଣ୍ଣ