Skip to content
Sunday, 15 November 2026
Breaking News
Video
Programme

ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Key Points

  • ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଚାଞ୍ଚଲ୍ୟ।
  • ଏକ ଭଡ଼ା ଘର ଭିତରୁ ମିଳିଛି ଜଣେ ଯୁବତୀଙ୍କ ମୃତଦେହ।
  • ମୃତ ଯୁବତୀଙ୍କ ପରିଚୟ ଝାରସୁଗୁଡ଼ାଜିଲ୍ଲା କଣ୍ଟାପାଲି ଅଞ୍ଚଳର ପୁଷ୍ପା ଖଡ଼ିଆ ବୋଲି ଜଣାପଡ଼ିଛି।

ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

 

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଚାଞ୍ଚଲ୍ୟ। ଏକ ଭଡ଼ା ଘର ଭିତରୁ ମିଳିଛି ଜଣେ ଯୁବତୀଙ୍କ ମୃତଦେହ। ମୃତ ଯୁବତୀଙ୍କ ପରିଚୟ ଝାରସୁଗୁଡ଼ାଜିଲ୍ଲା କଣ୍ଟାପାଲି ଅଞ୍ଚଳର ପୁଷ୍ପା ଖଡ଼ିଆ ବୋଲି ଜଣାପଡ଼ିଛି। ତେବେ ଏହା ଏକ ସାଧାରଣ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା, ତାକୁ ନେଇ ଏବେ ସନ୍ଦେହ ଘନୀଭୂତ ହୋଇଛି।ସୂଚନା ଅନୁସାରେ, ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡ଼ି ଅଞ୍ଚଳର ଏକ ଭଡ଼ା ଘରେ ପୁଷ୍ପା ଜଣେ ଯୁବକଙ୍କ ସହ ରହୁଥିଲେ। ତେବେ ଗତ କିଛି ସମୟ ଧରି ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଘର ଖୋଲାଯିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟପଟେ ପୁଷ୍ପାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ lଘଟଣାକୁ ନେଇ ଡେଙ୍ଗିଭାଡ଼ି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଷ୍ପାଙ୍କ ସହ ରହୁଥିବା ଯୁବକଙ୍କ ଭୂମିକା କ'ଣ, କେବେଠାରୁ ଘର ଭିତରେ ମୃତଦେହ ପଡ଼ିରହିଥିଲା ଏବଂ ଯୁବତୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments