କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଜଟିଳ ହାର୍ଟ ସର୍ଜରି ସଫଳ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଜଟିଳ ହାର୍ଟ ସର୍ଜରି ସଫଳ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଜଟିଳ ହାର୍ଟ ସର୍ଜରି ସଫଳ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଜଟିଳ ହାର୍ଟ ସର୍ଜରି ସଫଳ

ଭୁବନେଶ୍ୱର: କ୍ୟାପିଟାଲ୍‌ ହସ୍ପିଟାଲ୍ ହୃଦ୍‌ରୋଗ ବିଭାଗ ଅସ୍ତ୍ରୋପଚାରରେ ଏକ ବଡ଼ ସଫଳତା ହାସଲ କରିଛି। ଜଣେ ୫୨ବର୍ଷୀୟ ମଧୁମେହ ରୋଗୀଙ୍କଠାରେ ଜଟିଳ ହାର୍ଟ ସର୍ଜରି କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ହୃତ୍‌ପିଣ୍ଡରେ ଲାଗିଥିବା ପୁରୁଣା ଷ୍ଟେଣ୍ଟକୁ ବାହାର କରାଯାଇ ନୂଆ ଷ୍ଟେଣ୍ଟ ପ୍ରତିରୋପଣ କରାଯାଇଛି। ହୃଦ୍‌ରୋଗ ବିଭାଗର ବିଶେଷଜ୍ଞ ପ୍ରଫେସର ଡା. ପିକେ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡା. ସିଦ୍ଧାର୍ଥ ଏସ୍‌ ପଟ୍ଟନାୟକ, ଡା. ଏସ୍‌କେ ସାହୁ ଓ ଡା. ଏନ୍‌କେ ମିଶ୍ରଙ୍କ ସହ କ୍ୟାଥଲ୍ୟାବ୍‌, ଓପିଡି ଓ ଆଇସିୟୁର ଡାକ୍ତର ଓ ଟେକ୍ନିକାଲ୍‌ ଟିମ୍‌ ଏହି ଅସ୍ତ୍ରୋପଚାର ପ୍ରକ୍ରିୟାରେ ସହଯୋଗ କରିଥିଲେ। ସେହିଭଳି ଏହି ସର୍ଜରି ପ୍ରକ୍ରିୟାରେ ସବ୍ୟସାଚୀ, ବିଶ୍ୱଜିତ୍‌, କୀର୍ତ୍ତି, ସୁଭାଶିଷ ଓ ସମସ୍ତ ଆଇଭିୟୁଏସ୍‌ ଟିମ୍‌ ସହଯୋଗ କରିଥିଲେ। ସୂଚନାନୁଯାୟୀ ରୋଗୀଜଣକ ୨୦୨୨ ମସିହାରେ ଏକ ଘରୋଇ ହସ୍ପିଟାଲ୍‌ରେ ହୃଦ୍‌ଧମନୀରେ ଷ୍ଟେଣ୍ଟ ପ୍ରତିରୋପଣ କରାଇଥିଲେ। ଏବେ ସେ ସାମାନ୍ୟ ଶାରୀରିକ ପରିଶ୍ରମ କଲେ ବି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରୀକ୍ଷାରୁ ଜଣାପଡ଼ିଲା ଯେ ପୂର୍ବରୁ ଲାଗିଥିବା ଷ୍ଟେଣ୍ଟ ଭିତରେ ବ୍ଲକେଜ୍‌ ହୋଇଛି ଏବଂ ଏଲ୍‌ଏଡି ଧମନୀର ପ୍ରକ୍ସିମାଲ୍‌ ଅଂଶରେ ପ୍ରାୟ ୮୦ ପ୍ରତିଶତ ବ୍ଲକେଜ୍‌ ରହିଛି। ଆଉ ଥରେ ହାର୍ଟ ସର୍ଜରି ପାଇଁ ଅର୍ଥାଭାବ ଥିବାରୁ ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଆସିଥିଲେ।