ଶ୍ରୀମନ୍ଦିର ନାଟମଣ୍ଡପରେ ଠେଲାପେଲାରେ ଅଣନିଶ୍ଵାସୀ ହୋଇ ବୃଦ୍ଧ ଭକ୍ତଙ୍କ ମୃତ୍ୟୁ

ପୁରୀ : ଜଗାକୁ ଦେଖିବାକୁ ଆସିଥିଲେ। ହେଲେ ସେହି ଦର୍ଶନ ହିଁ ହୋଇଗଲା ଶେଷ ଦର୍ଶନ। ଶ୍ରୀମନ୍ଦିର ନାଟମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ଯୋଗୁଁ ଅଣନିଶ୍ଵାସୀ ହୋଇ ଜଣେ ବୃଦ୍ଧ ଭକ୍ତଙ୍କ ଜୀବନ ଚାଲିଯାଇଛି। ମୃତ ଭକ୍ତ ହେଉଛନ୍ତି ଢେଙ୍କାନାଳ ଦେଉଳି ସାହିର ଯାଦବ ରାୟ (୭୨)। ଆଜି ଏକାଦଶୀ ଥିବା ହେତୁ ସକାଳୁ ହିଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ନାଟମଣ୍ଡପ ଭିତରେ ଦର୍ଶନ ପାଇଁ ଭକ୍ତମାନେ ଧକ୍କା ମୁକ୍କା ହେଉଥିଲେ। ସେହି ଭିଡ଼ ଭିତରେ ଯାଦବ ରାୟ ପଶି ଯାଇଥିଲେ। ଭିଡ଼ର ଚାପରେ ସେ ଅଣନିଶ୍ଵାସୀ ହୋଇ ତଳେ ପଡି ଯାଇଥିଲେ।ସେଠାରେ ଉପସ୍ଥିତ ଥିବା ଯାଦବଙ୍କ ପତ୍ନୀ,ଭକ୍ତ ଓ ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ଯାଦବ ରାୟ ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଏଭଳି ଅଘଟଣ ଘଟିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ପରିସରରେ ଶୋକର ଛାୟା ଖେଳିଯାଇଛି। ଭିଡ଼ ନିୟନ୍ତ୍ରଣ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି।