ଦୟାୱେଷ୍ଟ କେନାଲ୍ ରୋଡ୍ ପ୍ରାଚୀବିହାରରୁ ଜବରଦଖଲ ଉଚ୍ଛେଦ, ମନ୍ଦିର ଉଚ୍ଛେଦକୁ ବିରୋଧ
ଦୟାୱେଷ୍ଟ କେନାଲ୍ ରୋଡ୍ ପ୍ରାଚୀବିହାରରୁ ଜବରଦଖଲ ଉଚ୍ଛେଦ, ମନ୍ଦିର ଉଚ୍ଛେଦକୁ ବିରୋଧ
ଦୟାୱେଷ୍ଟ କେନାଲ୍ ରୋଡ୍ ପ୍ରାଚୀବିହାରରୁ ଜବରଦଖଲ ଉଚ୍ଛେଦ, ମନ୍ଦିର ଉଚ୍ଛେଦକୁ ବିରୋଧ
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ପଳାଶୁଣୀ ଛକରୁ ଦୟା ୱେଷ୍ଟ କେନାଲ୍ ରାସ୍ତା ଓ ପ୍ରାଚୀବିହାର ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଜବରଦଖଲରେ ଥିବା ଏକାଧିକ ଘରକୁ ଭାଙ୍ଗି ମାଟିରେ ମିଶାଯାଇଛି। ପୂର୍ବରୁ ଶୌଚାଳୟ ପାଇଁ ଚିହ୍ନିତ ସ୍ଥାନରେ ହୋଇଥିବା କଂକ୍ରିଟ୍ ନିର୍ମାଣକୁ ବି ହଟାଯାଇଛି। ସେପଟେ ପ୍ରାଚୀବିହାର ରାସ୍ତାରେ ବି ଅନେକ ନିଜ ନିଜ ଘର ସବୁ ଆଗକୁ ବଢ଼ାଇଛନ୍ତି। କେଉଁଠି ଟିଣ ଆଜବେଷ୍ଟସ୍ ଗଡ଼ାଇଥିଲେ ତ କେଉଁଠି ପାହାଚ ଓ ଅନ୍ୟାନ୍ୟ କଂକ୍ରିଟ୍ ନିର୍ମାଣ ରାସ୍ତାକୁ ମଡ଼ାଇ କରିଥିଲେ।ଏହାକୁ ବି ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଜେସିବି ଲଗାଇ ଭାଙ୍ଗିଛି। ବିଶେଷ କରି ପଳାଶୁଣୀରୁ ଦୟା ୱେଷ୍ଟ କେନାଲ୍ ରାସ୍ତାର ପ୍ରବେଶ ପଥକୁ ଯେଉଁ ଦୋକାନୀମାନେ ଜବରଦଖଲ କରିଥିଲେ, ସେସବୁକୁ ଭାଙ୍ଗି ଦିଆଯାଇଛି। ବାକି ଉଚ୍ଛେଦ ପୁଣି ଦୁଇଦିନ ପରେ ଆରମ୍ଭ ହେବ ବୋଲି କୁହାଯାଇଛି। ତେବେ ଏଠାରେ ଥିବା ଶିବମନ୍ଦିର ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିଲା। ପ୍ରାଚୀବିହାରର ନାରାୟଣ ପୃଷ୍ଟି, ନରସିଂହ ରଥ, ଦାମୋଦର ମୁଦୁଲି, ମନୋରଂଜନ ମିଶ୍ର, ଉମା ମିଶ୍ର, ରମେଶ ଚନ୍ଦ୍ର ମଲ୍ଲିକ, କୃଷ୍ଣଚନ୍ଦ୍ର ଓଝା, ସନ୍ତୋଷ କୁମାର ମହାପାତ୍ର, ସୁରେଶ ରାଉତରାୟ, ସୁରେଶ କୁମାର ବାରିକ ପ୍ରମୁଖ ଏହାକୁ ବିରୋଧ କରିବା ସହ ମନ୍ଦିରର ଜବରଦଖଲ ନିଜ ତରଫରୁ ହଟାଇଦେବାକୁ କହିବା ସହ ଏଥିପାଇଁ ସମୟ ମାଗିଥିଲେ। ପରେ ବିଏମ୍ସି ଏଥିପାଇଁ ସମୟ ଦେଇ ଫେରି ଆସିଥିଲା। ଏ ସଂପର୍କରେ ପ୍ରାଚୀବିହାର ଅଞ୍ଚଳବାସୀ ବିଏମ୍ସି କମିସନର୍ଙ୍କୁ ଚିଠି ଲେଖିଛନ୍ତି।

