ଅର୍ଣ୍ଣବ ପ୍ରଭାବ: ଗଜପତିରେ ୩୬ ଘଣ୍ଟା ଅବିଶ୍ରାନ୍ତ ବର୍ଷା
ଅର୍ଣ୍ଣବ ପ୍ରଭାବ: ଗଜପତିରେ ୩୬ ଘଣ୍ଟା ଅବିଶ୍ରାନ୍ତ ବର୍ଷା
ଅର୍ଣ୍ଣବ ପ୍ରଭାବ: ଗଜପତିରେ ୩୬ ଘଣ୍ଟା ଅବିଶ୍ରାନ୍ତ ବର୍ଷା
ପାରଳାଖେମୁଣ୍ଡି/ଛତ୍ରପୁର/ଫୁଲବାଣୀ: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ତେବେ ୩୬ ଘଣ୍ଟାର ଅବିଶ୍ରାନ୍ତ ବର୍ଷାରେ ଗଜପତି ଜିଲ୍ଲା ଅଧିକମାତ୍ରାରେ ପ୍ରଭାବିତ ହୋଇଛି। ପାହାଡ଼ରୁ ପ୍ରଖର ସ୍ରୋତରେ ବର୍ଷାଜଳ ମାଡ଼ି ଆସିବାରୁ ବିଭିନ୍ନ ରାସ୍ତା ଧୋଇ ହୋଇଯାଇଥିବା ବେଳେ ଏକାଧିକ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। କେତେକ ସ୍ଥାନରେ ବ୍ରିଜ୍ର ଗାର୍ଡୱାଲ୍ ଓ ସଂଯୋଗକାରୀ ରାସ୍ତା ଧସିଯାଇଛି। ବିଭିନ୍ନ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୋହନା ବ୍ଲକ୍ରେ ସର୍ବାଧିକ ୧୮୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଲେଡବନ୍ଧ ବ୍ରିଜ୍ ଉପରେ ବନ୍ୟାଜଳ ଚାଲିବାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି।ସେହିଭଳି ମହେନ୍ଦ୍ରଗିରି ପର୍ବତ ଉପରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପ୍ରଖର ବେଗରେ ପାଣି ତଳକୁ ମାଡ଼ି ଆସୁଛି। କଇଁପୁର-ବୁରୁଖତ ରାସ୍ତାର ଏକାଧିକ ସ୍ଥାନରେ ପାଣି ପ୍ରବାହିତ ହେଉଛି। ଦୁଇରୁ ତିନୋଟି ସ୍ଥାନରେ ରାସ୍ତା ଧୋଇଯାଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇଛି। ଜଳସ୍ରୋତ ସହ ମାଟି ଭାସି ଆସିବାରୁ ସ୍ଥିତି ଶୋଚନୀୟ ହୋଇଛି। ରା.ଉଦୟଗିରି ବ୍ଲକ୍ର ପୁରୁଣାପାଣି ରାସ୍ତା ବ୍ରିଜ୍ ଉପରେ ପାଣି ଚାଲୁଥିବା ବେଳେ ରାମଗିରି-ବଡ଼ଗାଁ ବ୍ରିଜ୍ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ମୋହନା ଅଞ୍ଚଳର ଗୁଡ଼ୁରୀଗୁଡ଼ା ବ୍ରିଜ୍ର ଗାର୍ଡୱାଲ୍ ନଦୀକୁ ଧସିଯାଇଛି। ରାୟଗଡ଼ ବ୍ଲକ୍ ତାଳମୁଣ୍ଡା ପଞ୍ଚାୟତର ରେଗିଡ଼ିସିଂ ଗାଁ ଭିତରକୁ ମାଟିଅତଡ଼ା ଧସି ପଶିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ସେହିପରି ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧିକୁ ଲକ୍ଷ୍ୟରେ ରଖି ଆନ୍ଧ୍ରପ୍ରଦେଶର ଗୋଟ୍ଟା ବ୍ୟାରେଜ୍ର ୨୧ଟି ଗେଟ୍ ଖୋଲାଯାଇଛି। ନଦୀର ଜଳପ୍ରବାହ ବିପଦ ସଙ୍କେତ ଠାରୁ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ପ୍ରଶାସନ ନଜର ରଖିଛି। ମୋଟ ୨୫୫ ଆଶ୍ରୟସ୍ଥଳୀକୁ ୧୬ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାସ ବିଭିନ୍ନ ବ୍ଲକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭୂସ୍ଖଳନପ୍ରବଣ ଅଞ୍ଚଳ ଉପରେ ପ୍ରଶାସନର ସ୍ବତନ୍ତ୍ର ନଜର ରହିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆଜି ଦିନସାରା ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ବ୍ରହ୍ମପୁର ସହରର ଏକାଧିକ ଅଞ୍ଚଳ ଜଳବନ୍ଦି ହୋଇଥିବା ବେଳେ ୨୨ ବ୍ଲକରେ ଶତାଧିକ ହେକ୍ଟର୍ ଜମି ଜଳାର୍ଣ୍ଣବ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆନ୍ଧ୍ର ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକ ଅଧିକ ପ୍ରଭାବିତ ହୋଇଛି। ବର୍ଷା ପରେ ପ୍ରବଳ ବେଗରେ ପବନ ଯୋଗୁଁ ଶତାଧିକ ଗଛ ଭାଙ୍ଗି ମୁଖ୍ୟରାସ୍ତା ଓ ଗ୍ରାମୀଣ ରାସ୍ତା ବନ୍ଦ ହୋଇଯାଇଛି। ବାହୁଦା ଓ ବଗିନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ସମସ୍ତ ପ୍ରମୁଖ ନଦୀ, ଡ୍ୟାମ୍ ଓ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି। ସୋରଡ଼ା ବ୍ଲକ୍ ପାଟପଲ୍ଲୀ ଛକରେ ଥିବା ବାନଥୁଳି ନଦୀ ବ୍ରିଜ୍ ଉପରେ ୩ ଫୁଟ ପାଣି ଚାଲୁଥିବାରୁ ୫୯ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଛି। ସେହିପରି ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୬୧୭୦ ଜଣଙ୍କୁ ୧୭୭ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୫୧୮ ଜଣ ଗର୍ଭବତୀ ସ୍ଥାନାନ୍ତର ହୋଇଛନ୍ତି। ଜିଲ୍ଲାରେ ୩ଟି ଓଡ୍ରାଫ୍ ଟିମ୍, ୨ଟି ଏନ୍ଡିଆର୍ଏଫ୍ ଦଳ ଓ ୨୪ ଅଗ୍ନିଶମ ୟୁନିଟ୍ ନିୟୋଜିତ ରହିଛନ୍ତି। ସେହିପରି କନ୍ଧମାଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ୧୯୮ ଗର୍ଭବତୀଙ୍କୁ ମାଆ ଗୃହକୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଜଲବାଡ଼ି ଘାଟିକୁ ସିଲ୍ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସ୍ଥିତିର ସମୀକ୍ଷା କରିିଥିବା ସହ ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ଗୁରୁତ୍ବ

