ସମଲେଇ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା: ପଦାରେ ପଡ଼ିଲା ଓବିସିସିର ମାଟି ଖେଳ
ସମଲେଇ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା: ପଦାରେ ପଡ଼ିଲା ଓବିସିସିର ମାଟି ଖେଳ
ସମଲେଇ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା: ପଦାରେ ପଡ଼ିଲା ଓବିସିସିର ମାଟି ଖେଳ
ସମ୍ବଲପୁର: ସମ୍ବଲପୁରର ବହୁଚର୍ଚ୍ଚିତ ସମଲେଇ ପ୍ରକଳ୍ପରେ ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଓବିସିସି)ର ବଡ଼ଧରଣର ଖେଳ। ସରକାରଙ୍କଠାରୁ ପ୍ରକଳ୍ପ ପାଇଁ ଟଙ୍କା ଆଣି ଚୋରାରେ ସରକାରୀ ସମ୍ପତ୍ତିର ବ୍ୟବହାର କରାଯାଇଥିବା ଘଟଣା ସାମନାକୁ ଆସିଛି। ହୀରାକୁଦ ଲମ୍ଡୁଙ୍ଗୁରି ପାହାଡ଼କୁ କାଟି ମାଟି ଚୋରି ହେଉଥିବା ବେଳେ ସମଲେଇ ପ୍ରକଳ୍ପ ପାଇଁ ମାଟି ଯାଉଥିବା କହି ଭୁଆଁ ବୁଲାଯାଇଥିଲା। ପ୍ରଥମେ ଓବିସିସି କର୍ତ୍ତୃପକ୍ଷ ସରକାରୀ ନିୟମାନୁସାରେ ମାଟି ଆଣି ପ୍ରକଳ୍ପରେ ବିନିଯୋଗ କରିଥିବା ନେଇ ଉତ୍ତର ରଖିଥିବା ବେଳେ ଏବେ ଉକ୍ତ ସରକାରୀ ବିଭାଗର ମିଛ ବି ପଦାରେ ପଡ଼ିଛି। ସମଲେଇ ପ୍ରକଳ୍ପରେ ବିନିଯୋଗ ପାଇଁ ଓବିସିସି କର୍ତ୍ତୃପକ୍ଷ ଖଣି ବିଭାଗଠାରୁ ଅନୁମତି ହିଁ ନେଇନଥିବା ସରକାରୀ ରେକର୍ଡ କହୁଛି। ଏ ନେଇ ଓବିସିସି ଜିଏମ୍ ସୁଜିତ କୁମାରଙ୍କୁ ପଚାରିବାରୁ, ତହସିଲଦାର ତାଙ୍କୁ ଯୋଗୀପାଲି ନିକଟରେ ଜମି ଦେଖାଇଥିବା ବେଳେ ଉକ୍ତ ସ୍ଥାନରୁ ମାଟି ଅଣାଯାଇଥିବା କହିଛନ୍ତି। ତେବେ ଉକ୍ତ ମାଟି ବାବଦକୁ ସରକାରଙ୍କୁ ରାଜସ୍ବ ପ୍ରଦାନ କରାଯାଇଛି ନା ନାହିଁ ତାହା ଫାଇଲ୍ ଦେଖିଲେ ଯାଇ କହିହେବ ବୋଲି ଶ୍ରୀ କୁମାର ଉତ୍ତର ଦେଇଛନ୍ତି।
ସମଲେଇ ପ୍ରକଳ୍ପରେ ମନ୍ଦିର ନିକଟରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ପୋଖରୀର ପୁନରୁଦ୍ଧାର ହୋଇଛି। ଯେଉଁଠି କିଛି ଛୋଟଛୋଟ ପୋଖରୀକୁ ମିଶାଇ ଏକ ବଡ଼ ପୋଖରୀର ରୂପ ଦିଆଯାଇଛି। ତେବେ ଏହି ପୋଖରୀର ହିଡ଼ ତିଆରି ପାଇଁ ମୋରମ୍ ମାଟିର ଆବଶ୍ୟକତା ରହିଥିଲା ବେଳେ ଉକ୍ତ ମାଟି ବାହାରୁ ଅଣାଯାଇଥିଲା ଉକ୍ତ କାର୍ଯ୍ୟ ପାଇଁ ୨୪ ହଜାର କ୍ୟୁବିକ୍ ମିଟର ମାଟିର ଆବଶ୍ୟକତା ରହିଥିବା ଓବିସିସି ଆକଳନ କରିଥିଲା। ସମ୍ବଲପୁର ତହସିଲଦାର ମାଟି ଆଣିବାକୁ ଯୋଗୀପାଲି-ତାଲବ ନିକଟରେ ଏକ ସରକାରୀ ଜମି ଦେଖାଇଥିଲେ। ୨୦୨୫ ଜୁନ୍ ୨୩ରେ ଓବିସିସିର ଜିଏମ୍ ହେରିଟେଜ୍ ଡିଭିଜନ୍ ଶ୍ରୀ କୁମାର ସମ୍ବଲପୁର ଜିଲ୍ଲା ଖଣି ଅଧିକାରୀଙ୍କୁ ଚିଠି ଲେଖି ମାଟି ନେବା ପାଇଁ ଅନୁମତି ମାଗିଥିଲେ। ତତ୍କାଳୀନ ଜିଲ୍ଲା ଖଣି ଅଧିକାରୀ ମାଟି ବାବଦକୁ ୨୦ ଲକ୍ଷ ୭୬ ହଜାର ୬୯୫ ଟଙ୍କାର ରୟାଲଟି ଜମା ଦେବାକୁ ଡିମାଣ୍ଡ ନୋଟିସ୍ କରିଥିଲେ। ଏହାପରେ ପ୍ରଥମେ ବର୍ଷା ହେଉଥିବା ଓ ପରେ ମାଟିର ଆବଶ୍ୟକତା ନଥିବା କହି ଓବିସିସି କର୍ତ୍ତୃପକ୍ଷ ରୟାଲଟି ପୈଠ କରିନଥିଲେ। ବରଂ ସମ୍ବଲପୁର ସହର ଓ ଏହାର ଉପକଣ୍ଠ ବିଭିନ୍ନ ସ୍ଥାନରୁ ମନଇଚ୍ଛା ମାଟି ଆଣି ପ୍ରକଳ୍ପରେ ବ୍ୟବହାର କରିଥିବା ବେଳେ ମାଟି ବାବଦ ବିଲ୍ ବି ସରକାରଙ୍କ ନିକଟରୁ ନେଇଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯଦି ସରକାରୀ ପ୍ରକଳ୍ପ ପାଇଁ ଓବିସିସି ଅନୁମତି ମାଗିଥିଲା, ତେବେ ଖଣି ବିଭାଗରେ ଟଙ୍କା କାହିଁକି ଜମା କଲା ନାହିଁ? ମାଟି ବାବଦ ଟଙ୍କା ଓବିସିସିର କେଉଁ ଅଧିକାରୀଙ୍କ ପକେଟକୁ ଯାଇଛି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇରହିଛି। ଏବେ ମାଟି ପଡ଼ିଥିବା ସ୍ଥାନର ଆକଳନ କରି ଜିଲ୍ଲା ଖଣି ବିଭାଗ କାହିଁକି ଓବିସିସି ନିକଟରୁ ରାଜସ୍ବ ଆଦାୟ କରିବନି ବୋଲି ଲୋକେ ପ୍ରଶ୍ନ କଲେଣି। ସେପଟେ ଲମ୍ଡୁଙ୍ଗୁରି ପାହାଡ଼ରୁ ମାଟି ଚୋରାଚାଲାଣ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ସମ୍ବଲପୁର ତହସିଲଦାର ଅଭିଜିତ ମହାନ୍ତ ହୀରାକୁଦ ଥାନାରେ ଏତଲା ଦେଇଥିବା କହିଛନ୍ତି। ଲମ୍ଡୁଙ୍ଗୁରି ପାହାଡ଼ କାଟି ହଜାର ହଜାର କ୍ୟୁବିକ୍ ମିଟର ମାଟି ଚୋରାଚାଲାଣ କରାଯାଇଛି। ଏବେ ବି ରାତି ଅଧରେ ପାହାଡ଼ ନିକଟରେ ଜେସିବି, ପୋକଲିନ୍ ମେସିନ୍ ସହାୟତାରେ ମାଟି ଖୋଳା ଯାଉଥିବା ବେଳେ ଉକ୍ତ ମାଟି କୁଆଡ଼େ ଯାଉଛି ତାହାର କୌଣସି ଟେର୍ ପାଉନି ପ୍ରଶାସନ। ତେବେ ଚୋରି ହୋଇଥିବା କିଛି ମାଟି ହୀରାକୁଦର ପେଟ୍ରୋଲ ପମ୍ପ ନିକଟରେ ପଡ଼ିଥିବା ସୂଚନା ପାଇ ଆଜି ରାଜସ୍ବ ଓ ଖଣି ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଜିଲ୍ଲା ଖଣି ବିଭାଗ ଆକଳନ କରିବା ପରେ ୬୪ କ୍ୟୁବିକ୍ ମିଟର ମାଟି ଜବତ କରିଛି। ବିନା ଅନୁମତିରେ ମାଟି ଆଣି ରଖାଯାଇଥିବାରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି, ସେ ନେଇ ଜମି ମାଲିକଙ୍କୁ ଗୁରୁବାର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ଜିଲ୍ଲା ଖଣି ଅଧିକାରୀ ଚୂଡ଼ାମଣି ବିଶ୍ବାଳ

