Advanced Medical Facilities Inaugurated at Central Hospital, Bhubaneswar
Advanced Medical Facilities Inaugurated at Central Hospital, Bhubaneswar
Bhubaneswar, 15 August 2026:
On the occasion of the 80th Independence Day, Shri Parmeswar Funkwal, General Manager, East Coast Railway, inaugurated a range of advanced medical equipment at Central Hospital, Bhubaneswar, further strengthening healthcare services for Railway beneficiaries.
The newly commissioned facilities include an Automated Biochemistry & Immunoassay Analyser, 4K Laparoscopy System, Non-Contact Tonometer and ETO Steriliser. These state-of-the-art facilities will enhance diagnostic capabilities, support advanced minimally invasive surgical procedures, improve ophthalmic services and strengthen infection control practices at the hospital.
The Principal Chief Medical Director (PCMD), other PHODs, senior railway officers, doctors and officials were present on the occasion.
ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୬:
୮୦ ତମ ସ୍ୱାଧୀନତା ଦିବସ ଅବସରରେ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ରେଳବାଇ ହିତାଧିକାରୀମାନଙ୍କ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକାଧିକ ଉନ୍ନତମାନର ଚିକିତ୍ସା ଉପକରଣର ଉଦ୍ଘାଟନ କରିଛନ୍ତି।
ନୂତନ ଭାବରେ କାର୍ଯ୍ୟକାରୀ ହୋଇଥିବା ସୁବିଧାଗୁଡ଼ିକ ମଧ୍ୟରେ ଅଟୋମେଟେଡ୍ ବାୟୋକେମିଷ୍ଟ୍ରି ଏବଂ ଇମ୍ୟୁନୋଏସେ ଆନାଲାଇଜର, 4K ଲାପାରୋସ୍କୋପି ସିଷ୍ଟମ, ନନ୍-କଣ୍ଟାକ୍ଟ ଟୋନୋମିଟର ଏବଂ ଇଟିଓ ଷ୍ଟେରିଲାଇଜର ଅନ୍ତର୍ଭୁକ୍ତ। ଏହି ଅତ୍ୟାଧୁନିକ ସୁବିଧାଗୁଡ଼ିକ ଡାକ୍ତରଖାନାର ରୋଗ ନିରୂପଣ କ୍ଷମତାକୁ ବୃଦ୍ଧି କରିବ, ଉନ୍ନତମାନର ସୂକ୍ଷ୍ମ ଅସ୍ତ୍ରୋପଚାର (ମିନିମାଲି ଇନଭେସିଭ୍ ସର୍ଜରୀ) ପ୍ରକ୍ରିୟାରେ ସହାୟତା କରିବ, ଚକ୍ଷୁ ଚିକିତ୍ସା ସେବାରେ ସୁଧାର ଆଣିବ ଏବଂ ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବ।
ପ୍ରଧାନ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ (PCMD), ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ମୁଖ୍ୟ (PHODs), ବରିଷ୍ଠ ରେଳବାଇ ଅଧିକାରୀ, ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

